୨୦୧୯ ବିଶ୍ୱକପ୍ ସେମିଫାଇନାଲ ଲାଇନ ଅପ ଚୁଡାନ୍ତ ହୋଇସାରିଛି । ଅଷ୍ଟ୍ରେଲିଆ ,ଭାରତ ,ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ୨୦୧୯ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଛନ୍ତି । ଜୁଲାଇ ୯ ରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ୧୧ ଜୁଲାଇରେ ବର୍ମିଂହାମରେ ଦ୍ୱିତୀୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ସେମିଫାଇନାଲରେ ବିଜୟୀ ଦୁଇ ଦଳ ଜୁଲାଇ ୧୪ ରେ ହେବାକୁ ଥିବା ଫାଇନାଲ ଖେଳିବେ ।
ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଆସୁଥିଲା ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହୁଥିଲା । ଏଣୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲାର ସମ୍ଭାବନା ଥିଲା କିନ୍ତୁ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠାରୁ ପରାଜୟ ପରେ ସମୀକରଣ ପରିବର୍ତନ ହୋଇଯାଇଥିଲା । ଅନ୍ୟପଟେ ଭାରତ ଗତକାଲି ତାର ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଗ୍ରହଣ କରିଛି । ଲିଗ୍ ପର୍ଯ୍ୟାୟରେ ଭାରତ ଖେଳିଥିବା ୯ଟି ମ୍ୟାଚରୁ ୭ ଟିରେ ବିଜୟ, ଗୋଟିଏ ପରାଜୟ ଏବଂ ଗୋଟିଏ ମ୍ୟାଚ ବାତିଲ ସହ ୧୫ ପଏଣ୍ଟ ପାଇଛି । ଅଷ୍ଟ୍ରେଲିଆ ୯ ଟି ମ୍ୟାଚରୁ ଦୁଇଟିରେ ପରାଜୟ ସହ ୧୪ ପଏଣ୍ଟ ପାଇଛି । ନ୍ୟୁଜିଲାଣ୍ଡ ୯ ଟି ମ୍ୟାଚରୁ ୫ ଟିରେ ବିଜୟ,୩ ଟିରେ ପରାଜୟ ଏବଂ ଗୋଟିଏ ମ୍ୟାଚ ବାତିଲ ସହ ୧୧ ପଏଣ୍ଟ ହାସଲ କରିଛି । ଆୟୋଜକ ଇଂଲଣ୍ଡ ମଧ୍ୟ ୯ ଟି ମ୍ୟାଚରୁ ୬ ଟିରେ ବିଜୟ ଏବଂ ୩ ଟିରେ ପରାସ୍ତ ହୋଇ ୧୨ ପଏଣ୍ଟ ପାଇଛି ।

LEAVE A REPLY

Please enter your comment!
Please enter your name here