ଜାନୁୟାରୀ 15 ତାରିଖ ଅର୍ଥାତ୍ ମଙ୍ଗଳବାରଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ପ୍ରୟାଗରାଜ ମେଳା 2019. ଉତ୍ତରପ୍ରଦେଶରେ ଆୟୋଜନ ହେବାକୁ ଥିବା ଏହି କୁମ୍ଭମେଳାରେ ପ୍ରାୟ 12 କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବ ଏବଂ ଏହି ମେଳାରେ ବିଭିନ୍ନ ପ୍ରକାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ. ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି. ମେଳାରେ ସାଧୁସନ୍ଥଙ୍କ ବିଭିନ୍ନ ରୂପ ମଧ୍ୟ ଦେଖିବାକୁ ମିଳିବ. କିଏ ଢୋଲ ବଜାଉଥିବ ତ ଆଉ କିଏ ଉପବାସ କରିଥିବାରୁ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ. ଏହାଛଡା କିଏ ମୁଣ୍ଡରେ ଶିବଲିଙ୍ଗ କରି ମହୁରୀ ବଜାଉଥିବ. ଦେଶବିଦେଶରୁ ଅନେକ ଶ୍ରଦ୍ଧାଳୁ ଆସୁଥିବାରୁ ବିଭିନ୍ନ ଜାଗାରେ ଆସ୍ଥାଙ୍କ କୁମ୍ଭ ଲାଗିଥିବା ମଧ୍ୟ ନଜର ଆସିବ. ସାଧୁସନ୍ଥଙ୍କ ଛଡା କିନ୍ନରମାନଙ୍କ ଆସର ମଧ୍ୟ ଚଳିତ ଥର କୁମ୍ଭମେଳାରେ ଦେଖିବାକୁ ମିଳିବ. ତେବେ ଏହି ମେଳା ମାର୍ଚ୍ଚ ମାସ 14 ତାରିଖ ଯାଏଁ ଚାଲିବ ଏବଂ ଶ୍ରଦ୍ଧାଳୁମାନେ ପବିତ୍ରତା ପାଇଁ ଗଙ୍ଗାନଦୀରେ ବୁଡ ମଧ୍ୟ ପକାଇବେ.

 

LEAVE A REPLY

Please enter your comment!
Please enter your name here