ଟ୍ରେନରେ ଯାତ୍ରା କରିବା ବେଳେ ଥକା ଲାଗୁଛି କି ? ଦୁରସ୍ଥାନକୁ ଯାତ୍ରା କରିବା ପାଇଁ ଚିଡିଚିଡା ହେଉଛନ୍ତି କି । ତେବେ ଆପଣ ଟିକେ ହାଲକା ହେବା ପାଇଁ ଟ୍ରେନରେ ପାଇପାରିବେ ମସାଜର ମଜା । ଏହି ସେବା ପ୍ରଥମ ଥର ପାଇଁ ଚଳନ୍ତା ଟ୍ରେନ୍ରେ ମିଳିବାକୁ ଯାଉଛି । ଇନେ୍ଦାରରୁ ଛାଡୁଥିବା ୩୯ ଟ୍ରେନ୍ରେ ଏହି ସୁବିଧା ଉପଲବ୍ଧ ହେବ । ଯାତ୍ରୀମାନଙ୍କୁ ୩ ପ୍ରକାର ମସାଜ୍ ମିଳିବ । ସେଗୁଡିକ ହେଲା ଗୋଲ୍ଡ ବା ସ୍ୱର୍ଣ୍ଣ, ଡାଇମଣ୍ଡ ବା ହୀରକ ଏବଂ ପ୍ଲାଟିନମ୍ । ସ୍ୱର୍ଣ୍ଣ ସେବା ପାଇଁ ୧୦୦ ଟଙ୍କା , ହୀରକ ସେବା ପାଇଁ ୨୦୦ ଟଙ୍କା ଓ ପ୍ଲାଟିନମ୍ ସେବା ପାଇଁ ୩୦୦ ଟଙ୍କା ଦେବାକୁ ପଡିବ । ତେବେ ଏହି ମସାଜ୍ ବିଭିନ୍ନ ତେଲ ଓ ଅନ୍ୟାନ ସାମଗ୍ରୀରେ ପ୍ରସ୍ତୁତ ହୋଇଛି । ୧୫ରୁ ୨୦ ମିନିଟ ଭିତରେ ଆପଣ ଏହି ମସାଜର ଲାଭ ଉଠାଇ ପାରିବେ । ତେବେ ଆସନ୍ତା ୧୫ ରୁ ୨୦ ଭିତରେ ଏହି ସେବା ଆରମ୍ଭ ହେବ । ଏହି ସେବା ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରେନରେ ଉପଲବ୍ଧ ରହିବ । ସେହିପରି ୩ରୁ ୫ଜଣ ମସାଜ୍ ପ୍ରଦାନ କରି ଟ୍ରେନରେ ରହିବେ ଏବଂ ରେଳବାଇ ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here