ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଲେ ଲୋକେ । ମାଲକାନଗିରି ଜିଲ୍ଲା ଡାବୁଗୋଳାରେ ଗୋଟିଏ ପରିବାରର ୧୩ ଜଣ ଲୋକ ଗାଁ ଛାଡିଥିବା ଜଣାପଡିଛି । ଡାବୁଗୁଡା ଏନକାଉଣ୍ଟରରେ ମାଓ କମାଣ୍ଡର ରାକେଶର ମୃତ୍ୟୁ ପରେ ପ୍ରଜାକୋର୍ଟ କରି ଏହି ପରିବାରର ସମସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଥିଲେ ମାଓବାଦୀ । କେବଳ ମାଡ ନୁହେଁ ସେମାନଙ୍କ ଘର ଏବଂ ଆସବାବ ପତ୍ର ମଧ୍ୟ ଭଙ୍ଗାରୁଜା କରିଛନ୍ତି ମାଓବାଦି । ସେମାନେ ଚାଷ କରିଥିବା ଫସଲ ମଧ୍ୟ ନକାଟିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଘଟଣା ପରେ ଭୟରେ ପରିବାରର ସମସ୍ତ ଲୋକେ ଗାଁ ଛାଡି ପଳାଇ ଆସିଛନ୍ତି । ମାଓବାଦୀଙ୍କ ଚେତାବନୀ ନେଇ ମୁଦୁଲିପଡା ଥାନାରେ ଏତଲା ଦେବାସହ ସୁରକ୍ଷା ନେଇ ଏସପିଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ । ମାଓବାଦୀ ଭୟରେ ବର୍ତ୍ତମାନ ସୁଦ୍ଧା ଡାବୁଗୁଡା ଗାଁର ପ୍ରାୟ ୧୦୦ରୁ ଅଧିକ ଲୋକେ ଗାଁ ଛାଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here