ବିଜେପୁର ଉପନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ ପ୍ରକ୍ରିୟା | ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ବୁଥ୍ ଆଗରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି | ୨ ବର୍ଷ ମଧ୍ୟରେ ୩ ଥର ନିର୍ବାଚନର ସାମ୍ନା କଲେଣି ବିଜେପୁରବାସୀ | ତଥାପି ସମସ୍ତଙ୍କ ମଧ୍ୟରେ ସମାନ ଉତ୍କଣ୍ଠା ଦେଖିବାକୁ ମିଳିଛି | ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ହୋଇଥିବା ବେଳେ, ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଥିବା ଦେଖିବାକୁ ମିଳିଛି | ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି । ଏପର୍ଯ୍ୟନ୍ତ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ କି ଇଭିଏମ୍‌ରେ ମଧ୍ୟ କୌଣସି ପ୍ରକାର ତ୍ରୁଟି ଦେଖା ଯାଇ ନାହିଁ । ସୁରୁଖୁରୁରେ ମତଦାନ ଚାଲିଛି | ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲୋକେ ଭୋଟ ଦେଇପାରିବେ | ବିଜେପୁର ଉପନିର୍ବାଚନ ଲାଗି ମୋଟ ୨୮୫ଟି ବୁଥ ଥିବା ବେଲେ ୬ଟି ବୁଥ୍‌ ଅତି ସମ୍ବେଦନଶୀଳ ରହିଛି | ଗାଇସିଲାଟ୍‌ ବ୍ଲକ୍‌ର ଜୁବାଖୋଲ, ପରମାନନ୍ଦପୁର, ଚିନ୍ଦ୍ରାପାଲି, ସାଇ ଡୁଂଗୁରିପାଲି, ସାଲେପାଲି, କଣ୍ଟାପଡ଼ା ବୁଥ୍‌ ମାଓପ୍ରବଣ ଇଲାକାରେ ଥିବାରୁ ସେଠାରେ ସିଆର୍‌ପିଏଫ୍‌ ମୋର୍ଚ୍ଚା ସମ୍ଭାଳିଛନ୍ତି | ଏସ୍‌ଓଜି ଯବାନମାନେ ମଧ୍ୟ ମାଓ ଗତିବିଧି ଉପରେ ନଜର ରଖିଛନ୍ତି | ମୋଟ୍‌ ୩୩ ପ୍ଲାଟୁନ ଫୋର୍ସ ଏବଂ ୩ କମ୍ପାନି ଯବାନ ସୁରକ୍ଷା ଦାୟିତ୍ବରେ ରହିଛନ୍ତି | ଏହାବାଦ ଜିଲ୍ଲା ପୁଲିସ୍‌ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି |

LEAVE A REPLY

Please enter your comment!
Please enter your name here