ଆଜିଠାରୁ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା । ଆଜି ସିପିଆଇ ମାଓବାଦୀ ମମତା ପୋଡ଼ିଆମୀର ଆତ୍ମସମର୍ପଣ ପରେ କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ । ମମତା ପୋଡ଼ିଆମୀ ନିଜର ବନ୍ଧୁକ ସହିତ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛି ।ସେ ଏସ୍ଏଲ୍ଆର୍ ବନ୍ଧୁକ, ମାଗାଜିନ ଓ ୧୦ଟି ଗୁଳିକୁ ଏପସିଙ୍କ ନିକଟରେ ଦାଖଲ କରିଛି । ଓଡ଼ିଶା ସରକାରଙ୍କ ଘୋଷଣା ଅନୁସାରେ ମମତାକୁ ୫ ଲକ୍ଷ ୫୦ ହଜାର ଟଙ୍କା ସହ ବନ୍ଧୁକ ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ପ୍ରଦାନ କରାଯିବ । ଆତ୍ମସମର୍ପଣ ସମୟରେ ଅନ୍ତରୀଣ ସହାୟତା ରାଶି ବାବଦକୁ ୫୦ ହଜାର ଟଙ୍କା ଦିଆଯାଇଛି ଓ ଅନ୍ତୋଦୟ ଗୃହ ଯୋଜନାରେ ଘର ଏବଂ ବିବାହ ପାଇଁ ୨୫ ହଜାର ଟଙ୍କା ସହାୟତା ଦିଆଯିବ । ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ମଧ୍ୟ ଦିଆଯିବ । ଯେଉଁମାନେ ବି ମାଓ ହିଂସାରେ ଲିପ୍ତ ଅଛନ୍ତି ସମସ୍ତଙ୍କୁ ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ୱାନ କରିଛନ୍ତି । ଗତକାଲି କ୍ୟାଡର୍ ମାଓବାଦୀ ସୁକ୍ରାମ ମାଡ଼କାମ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲା । ମଙ୍ଗଳାବର ଦିନ ରାଉରକେଲା ପୋଲିସ ନିକଟରେ ମାଓବାଦୀ ପ୍ରଭୁ ଆତ୍ମସମର୍ପଣ କରିଥିଲା । ଦକ୍ଷିଣାଞ୍ଚଳ ଆଇଜି ବ୍ରିଜେୟ କୁମାର ରାଏ ଏବଂ ରାଉରକେଲା ଏସପି ନିତେଶ ଗଡ଼ୱାନୀ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here