ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମ ଏବେ ବଡ଼ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ମହମ୍ମଦ ମୋକିମ ନିଜର ଦଳ ଗଠନ କରିବେ । ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଗଠନ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ମୋକିମ । ସେ କହିଛନ୍ତି ଯେ ଏକ ବଡ଼ କର୍ଯ୍ୟକମ ପାଇଁ ପରାମର୍ଶ, ସମାବେଶ ଓ ବହୁତ କର୍ଯ୍ୟକମ ହାତକୁ ନେବାର ଆବଶ୍ୟକତା ରହିଛି । ତେଣୁ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ନୂଆ ଦଳର ସ୍ଥାପନ କରାହେବ । ଏହା ପୂର୍ବରୁ ଆସନ୍ତା ୧୨ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ମୋକିମ ଏକ ବିଶାଳ ଯୁବ ସମାବେଶ କରିବେ । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବ ବର୍ଗ ମଧ୍ୟ ସାମିଲ ହେବେ । ବିଶେଷକରି ଉପକୂଳ ଓଡ଼ିଶାର ଯୁବବର୍ଗ ସାମିଲ ହେବେ । ପରବର୍ତ୍ତୀ ସମୟରେ ଚାଷୀ ଏବଂ ମହିଳା ସମାବେଶର ମଧ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ମୋକିମ।

LEAVE A REPLY

Please enter your comment!
Please enter your name here