ରାଜନୀତିରେ ଦଶହରାର ଚିତ୍ର । ସବୁଆଡେ ପାର୍ବଣର ପରିବେଶ ଥିବା ବେଳେ ଚର୍ଚ୍ଚିତ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ନିଜ ଦଳ ଭିତରେ କିଏ ରାମ ଓ କିଏ ରାବଣ ବାଛିଛନ୍ତି । ସୁରଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଅଧା ରାବଣ । ଆଉ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ରାମ । ନିରଞ୍ଜନଙ୍କ ଭିତରେ ପୁରା ରାମ ଚରିତ୍ର ରହିଛି ବୋଲି ସେ କହିଛନ୍ତି । ତେବେ ନବୀନଙ୍କ ପାଖରେ ନାରୀ ଦୋଷ ନାହିଁ ବୋଲି କହିଛନ୍ତି ସେ । ସେପଟେ ବିଜେଡିର ବରିଷ୍ଠ ନେତା ବାବା ପ୍ରସନ୍ନ ପାଟ୍ଟଶାଣୀ ବି ତାଙ୍କ ଦଳରେ ରାମ ରାବଣ ଚରିତ୍ର ଖୋଜିବାକୁ ପଛେଇ ନାହାନ୍ତି । ପାଟଶାଣୀଙ୍କ ମତରେ ନବୀନ ହେଉଛନ୍ତି ରାମ । ସେ ହେଉଛନ୍ତି ହନୁମାନ । ତେବେ ସବୁ ଦଳରେ ରାବଣ ଅଛନ୍ତି ଏବଂ ତାଙ୍କ ଦଳରେ ବି ରାବଣ ଅଛନ୍ତି ବୋଲି କହିଛନ୍ତି ପାଟ୍ଟଶାଣୀ । ମାତ୍ର ରାବଣ କିଏ ସେ କହିବେ ନାହିଁ ଏବଂ ସାମ୍ବାଦିକମାନେ ଖୋଜି ବାହାର କରନ୍ତୁ ବୋଲି କହିଛନ୍ତି । ଦୁଇ ଦଳର ଦୁଇ ବରିଷ୍ଠ ନେତା ନିଜ ଦଳର ମୁଖିଆଙ୍କୁ ରାମ କହି ନିଜର ଆନୁଗତ୍ୟତା ଦେଖାଇବାକୁ ପଛେଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here