ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ସଦସ୍ୟ ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ସବୁ ରାଷ୍ଟ୍ର ଚେଷ୍ଟା କରୁଥିବା ବେଳେ ଚୀନ ବାରମ୍ବାର ତାକୁ ରକ୍ଷା କରିଆସୁଥିଲା. ଏହାକୁ ନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଚିନକୁ ଦୃଢ ନିନ୍ଦା କରିଛନ୍ତି. ସେ କହିଛନ୍ତି ଚୀନ ନିଜେ ଲକ୍ଷ ଲକ୍ଷ ମୁସଲମାନଙ୍କୁ ଉତ୍ପୀଡନ କରୁଛି ଅନ୍ୟପଟେ ଇସଲାମୀ ଆତଙ୍କବାଦୀଙ୍କୁ ପ୍ରତିବନ୍ଧକତାରୁ ବଞ୍ଚାଉଛି. ତେବେ ପାକିସ୍ତାନ ଉପରେ ସବୁ ଦେଶର ଚାପ ପଡିବାରୁ ମାସୁଦକୁ ଆଉ ଚୀନ ରକ୍ଷା ନକରୁ ବୋଲି ପାକିସ୍ତାନ ଚୀନକୁ କହିଛି. ଅନ୍ୟପଟେ ମାସୁଦକୁ ବିଶ୍ୱ ଆତଙ୍କବାଦୀ ରୂପେ ଘୋଷଣା କରିବା ନେଇ ପାକିସ୍ତାନ ଭାରତ ପାଖରେ ଏକ ସର୍ତ୍ତ ରଖିଛି. ସର୍ତ୍ତ ଅନୁସାରେ, ମାସୁଦ ଉପରେ ସେତେବେଳେ ପ୍ରତିବନ୍ଧକ ଲାଗିବ, ଯେତେବେଳେ ଭାରତୀୟ ସେନା ସୀମାରୁ ହଟିବେ ଏବଂ ଯୁଦ୍ଧ କଲା ଭଳି ସ୍ଥିତି ଉପୁଜାଇବେ ନାହିଁ .














