ଜମ୍ମୁ କଶ୍ମୀର ସୋପିଆନ ଅଞ୍ଚଳରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଗୁରୁବାର ସକାଳ ସମୟରେ କଶ୍ମୀରର କେଲାର ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା. ସେହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଯବାନ ମାନଙ୍କୁ  ଗୁଇନ୍ଦା ସୂଚନା ମିଳିଥିଲା. ପରେ ସିଆରପିଏଫ ଯବାନ ଓ ସେନା ସେଠାରେ ପହଞ୍ଚି ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ. ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳି ପଡିଥିଲେ 3 ଆତଙ୍କବାଦୀ. ତିନି ଆତଙ୍କବାଦୀଙ୍କ ମୃତଦେହ ଠାବ କରିବା ସହ ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି.

LEAVE A REPLY

Please enter your comment!
Please enter your name here