୨ ବର୍ଷ ପରେ ହଟିଲା କରୋନାର ସବୁ ଗାଇଡଲାଇନ୍ । ୩୧ ମାର୍ଚ୍ଚରୁ ସମସ୍ତ କୋଭିଡ ଗାଇଡଲାଇନ୍ ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ । ୨୦୨୦ ମାର୍ଚ୍ଚ ୨୪ରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ କୋଭିଡ-୧୯ ନିୟମ ଜାରି କରିଥିଲେ । ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିପାଇଁ ଦେଶବ୍ୟାପୀ କୋଭିଡ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ତେବେ ଲଗାତାର ଭାବେ କୋଭିଡ ସଙ୍କ୍ରମଣ ହ୍ରାସ ପାଇଥିବାରୁ କଟକଣାର ଆଉ କୌଣସି ଆବଶ୍ୟକ ନାହିଁ ବୋଲି ଅନୁଭବ କରିବା ପରେ କେନ୍ଦ୍ର ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଏବେ ସମଗ୍ର ଦେଶରେ କୋଭିଡ ସଙ୍କ୍ରମଣ ୨୩ ହଜାର ୯୧୩କୁ ଏବଂ ଦୈନିକ ସଙ୍କ୍ରମଣ ହାର ୦ ଦଶମିକ ୨୮ ପ୍ରତିଶତକୁ ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here