ବଦଳିବ ଜଗତସିଂହପୁରର ପ୍ରସିଦ୍ଧ ମା’ ଝଙ୍କଡବାସିନୀ ଶାରଳାଙ୍କ ପୀଠର ଚିତ୍ର । ପୀଠର ସୌନ୍ଦର୍ଯ୍ୟକରଣ ସହ ଝଲସିଉଠିବେ ମା’ ଶାରଳା । ଶ୍ରଦ୍ଧାଳୁ ପାଇପାରିବେ ଅନେକ ସୁବିଧା । ମା ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ, ଭି.କେ ପାଣ୍ଡିଆନ । ଆଜି ବଢି ଭୋରରୁ ୫ଟି ସଚିବ ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ପହଞ୍ଚି ମା\’ଙ୍କ ଦର୍ଶନ କରିବା ସହ ମନ୍ଦିର ବେଢ଼ା ବୁଲି ଦେଖିଥିଲେ । ଏହାସହିତ ମନ୍ଦିରର ସେବାୟତଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏହି ଗ୍ରସ୍ତ ସମୟରେ ପାଣ୍ଡିଆନ ପୀଠର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହିତ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି । ୫ଟି ସଚିବଙ୍କ ଏହି ଗ୍ରସ୍ତ ସମୟରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟାୱାରୀ, ଏସପି ଅଖିଳେଶ୍ୱର ସିଂ ଏବଂ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ୧୫ ଦିନ ମଧ୍ୟରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ ।

LEAVE A REPLY

Please enter your comment!
Please enter your name here