ଯଦି ଆପଣଙ୍କ ମୁଣ୍ଡ ସବୁବେଳେ ବିନ୍ଧା ହେଉଛି କିମ୍ବା କହିବା, ଦେଖିବା ଓ ଶୁଣିବାରେ କିଛି ବଡ ପରିବର୍ତ୍ତନ ଦେଖାଯାଉଛି, ତାହାଲେ ମୁଣ୍ଡବିନ୍ଧାକୁ ଜମା ସାଧାରଣ ଭାବେ ଗ୍ରହଣ କରନ୍ତୁ ନାହିଁ. କାରଣ ଏପରି ହେବା ଦ୍ୱାରା ବ୍ରେନ ଟ୍ୟୁମର ହେବାର ଆଶଙ୍କା କରାଯାଇଥାଏ. ଏହାଦ୍ୱାରା କେବଳ ଆପଣଙ୍କ ବ୍ରେନ ଉପରେ ପ୍ରଭାବ ପଡେ ନାହିଁ, ବରଂ ଏହି ରୋଗରେ ଜୀବନ ମଧ୍ୟ ଚାଲିଯିବାର ଆଶଙ୍କା ରହିଥାଏ. ମସ୍ତିଷ୍କରେ ଥିବା କୋଷିକା ଅନିୟନ୍ତ୍ରିତ ଭାବେ ବଢିବା ଯୋଗୁଁ ବ୍ରେନ ଟ୍ୟୁମର ହୋଇଥାଏ. କହିବାକୁ ଗଲେ କିଛି ଅନାବଶ୍ୟକ କୋଷିକା ଆପେଆପେ ହୋଇଥାଏ, ମାତ୍ର ତାହା ଶେଷ ନ ହେବା ଫଳରେ ଏବଂ ଅତିରିକ୍ତ ଭାବେ ବଢିବା ଯୋଗୁଁ ଏହି ରୋଗ ହୋଇଥାଏ. ପ୍ରାଥମିକ ଭାବେ ବ୍ରେନ ଟ୍ୟୁମର ବ୍ରେନ ଭିତରେ ଆରମ୍ଭ ହୋଇ ପରେ ସାରା ଶରୀରରେ ଏହା ନିଜର କାୟା ବିସ୍ତାର କରିଥାଏ. ବ୍ରେନ ଟ୍ୟୁମର ହେବାର କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ. ବର୍ତ୍ତମାନ ସୁଦ୍ଧା ଏହାର କାରଣ ସ୍ପଷ୍ଟ ହୋଇପାରିନାହିଁ. ବ୍ରେନ ଟ୍ୟୁମରରେ ଥିବା ଜେନେଟିକ କାରକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି. ଯାହା ମୁଣ୍ଡବିନ୍ଧା ହେବା ସହ ମନେରଖିବା ଶକ୍ତିକୁ ମଧ୍ୟ ପ୍ରଭାବ ପକାଇଥାଏ. ଯଦି ଏହାର କାରଣ ଖୋଜାଯାଏ, ତାହାଲେ ଏହାର ସେଭଳି କିଛି ବିଶେଷ କାରଣ ନାହିଁ. ମାତ୍ର ଏହାର ପ୍ରତିକାର ସର୍ଜରୀ, ରେଡିଓଥେରାପି, କେମୋଥେରାପି, ଷ୍ଟେରଏଡ୍ସ ଓ ଔଷଧ ମାଧ୍ୟମରେ କରାଯାଇଥାଏ.