ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମିଳିବ । ପୁରୀ ଠାରେ ମିଶନ ଶକ୍ତି ମହାସମାବେଶକୁ ଉଦବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏଣିକି ମହିଳା ମାନେ ଗ୍ରୁପ ପାଇଁ ଲୋନ ନେଲେ ସୁଧ ଦେବାକୁ ପଡିବନି । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୫ ହଜାର ଟଙ୍କାର ସିଡ୍‌ ମନି ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ପୁରୀର ତାଳବଣିଆସ୍ଥିତ ସ୍ପୋର୍ଟସ କମ୍ପେକ୍ସ ପରିସରରେ ଆୟୋଜିତ ଏହି ମହିଳା ସମାବେଶ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ବ୍ଲକ୍‌ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି।

ବ୍ଲକ ସ୍ତରୀୟ ମିଶନ ଶକ୍ତି ମହାସଂଘ ପାଇଁ ୨୫ ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯିବ । ଏଥିରେ ୩୩୮ ଟି ମିଶନ ଶକ୍ତି ମହାସଂଘ ଉପକୃତ ହୋଇପାରିବେ । ୩୦ ଲକ୍ଷ ନୂଆ ସଦସ୍ୟଙ୍କୁ ମୋଟ୍ ୪୦୦ କୋଟି ଟଙ୍କାର ସହାୟତା ଘୋଷଣା ହୋଇଛି । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଜର କାର୍ଯ୍ୟକୁ ସୂଚରାରୁପେ କରିବାକୁ ସ୍ମାର୍ଟ ଫୋନ୍‌ ଦିଆଯିବ । ଏଥିପାଇଁ ପ୍ରତି ଗୋଷ୍ଠୀକୁ ମୋବାଇଲ ଫୋନ୍‌ ପାଇଁ ୩ ହଜାର ଟଙ୍କାର ଚେକ୍‌ ଦିଆଯାଇଛି ।  ଏଚଏଚଜି ଗ୍ରୁପକୁ ମୋଟ୍ ୭୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ଅଙ୍ଗନୱାଡ଼ି କର୍ମୀ ଓ ହେଲପରଙ୍କୁ ମଧ୍ୟ ୫୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି । ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି ।

LEAVE A REPLY

Please enter your comment!
Please enter your name here