ସୋସିଆଲମିଡିଆରେ ଆଜିକାଲି ବହୁତ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣମାନେ ଭୟଭୀତ ହୋଇଯିବେ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମୁଣ୍ଡବିହୀନ ମଣିଷ ରାସ୍ତାରେ ବୁଲିବାର ଦେଖିବାକୁ ମିଳିଛି । ହଁ ଆଜ୍ଞା, ଏମିତି ଏକ ଭିଡିଓ ଏବେ ୟୁଟ୍ୟୁବରେ ଘୁରି ବୁଲୁଛି । ଏହି ମୁଣ୍ଡହୀନ ମଣିଷର ଭିଡିଓକୁ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ସେୟାର ମଧ୍ୟ କରାଯାଇଛି । ଭିଡିଓଟିରେ ଦେଖାଯାଉଛି ରାସ୍ତାରେ ବହୁତ ଭିଡ ଥିବାବେଳେ ତା’ ଭିତରେ ଜଣେ ମୁଣ୍ଡବିହୀନ ମଣିଷରାସ୍ତା ପାର କରୁଛନ୍ତି । ସେ ସାର୍ଟ ଓ ହାଫ୍ ପ୍ୟାଣ୍ଟ ପିନ୍ଧିଥିବାବେଳେ ହାତରେ ଏକ ନାଲିବ୍ୟାଗ୍ ମଧ୍ୟ ଧରିଛି । ତେବେ ଏଥିରେ ଲୋକମାନଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା । ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ଫେବରୀ ଏଡିକ୍ସନ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ସେୟାର କରିଥିବା ଜଣାପଡିଛି । ଅନ୍ୟ ସୋସିଆଲ ମିଡିଆ ଟିକ୍‌ଟକ୍‌, ଫେସବୁକ ଓ ଟୁଇଟରରେ ମଧ୍ୟ ସେୟାର କରାଯାଇଛି । ତେବେଏହି ଭିଡିଓଟି କେବେ ଓ କେଉଁଠାର ଜଣାପଡିନାହିଁ ଏବଂ ଭିଡିଓଟିର ସତ୍ୟତା ନେଇ ସନ୍ଦେହ ରହିଛି ।

LEAVE A REPLY

Please enter your comment!
Please enter your name here