ନୂଆଦିଲ୍ଲୀ:ୟେସ୍ ବ୍ୟାଙ୍କର 49% ଅଂଶଧନ କିଣିବ ଏସବିଆଇ I ୟେସ୍ ବ୍ୟାଙ୍କର ଦେବାଳିୟା ସ୍ଥିତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଶନିବାର ଏକ ଆକ୍ସନ ପ୍ଲାନ ଜାରି କରିଛି I ଏହି ପ୍ଲାନରେ ଏସବିଆଇ ଏଥିରେ ଟଙ୍କା ନିବେଶ କରିବା ସହିତ ଏହାର 49% ଅଂଶଧନ କିଣିବ I ଏହି ଯୋଜନାକୁ “ୟେସ୍ ବ୍ୟାଙ୍କ ପୁନଃ ନିର୍ମାଣ ଯୋଜନା-2020” ନାମ ଦିଆଯାଇଛି I ଏସବିଆଇର ଚେୟାରମ୍ୟାନ ରଜନୀଶ କୁମାର ଏହାର ସୂଚନା ଦେଇଛନ୍ତି I ସେପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସମସ୍ତ ଜମାକାରୀଙ୍କ ଟଙ୍କା ଏବଂ ୟେସ୍ ବ୍ୟାଙ୍କ କର୍ମଚାରୀଙ୍କ ଚାକିରି ଓ ଦରମା ଆଗାମୀ 1ବର୍ଷ ଯାଏଁ ସୁରକ୍ଷିତ ରହିଛି I ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ସମସ୍ତ ତ୍ରୁଟି ସଂପର୍କରେ ଯାଞ୍ଚ କରିବ ଏବଂ ଏଥିରେ କୌଣସି ଅଧିକାରୀଙ୍କ ବ୍ୟକ୍ତିଗତ ସଂପୃକ୍ତି ରହିଛି କି ନାହିଁ ଖୋଳତାଡ କରିବ I

LEAVE A REPLY

Please enter your comment!
Please enter your name here