ଭୁବନେଶ୍ୱର : ନବୀନ ପୁଣି ଥରେ ବିଜେଡି ସଭାପତି ହୋଇଛନ୍ତି । ଅଷ୍ଟମ ଥରଲାଗି ପୁଣି ଥରେ ଦଳର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ରାଜ୍ୟ ପରିଷଦ ବୈଠକରେ ଦଳର ନବନିର୍ବାଚିିତ ରିଟର୍ଣ୍ଣିଂ ଅଫିସର ବିଧାୟକ ପ୍ରତାପ ଦେବ ବୁଧବାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଏହି ଅବସରରେ ଦଳର ନବନିର୍ବାଚିିତ ସଭାପତି ନବୀନ ପଟ୍ଟନାୟକ ସାଢେ ୪ କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଲେ ବିଜେଡି ଦଳ ଜିତିବା ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ନିର୍ବାଚନ ଲଢେ । ପ୍ରତିକ୍ରିୟାରେ ସେ ବିଜୁବାବୁଙ୍କ ପରାମର୍ଶକୁ ସ୍ମୃତିଚାରଣ କରି କହିଥିଲେ ଲୋକମାନଙ୍କର ସେବା କରିବାକୁ ଲଢିବା ପାଇଁ କହୁଥିଲେ ବିଜୁବାବୁ । ଏଠାରେ ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଡକାଯାଇଥିବା ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ନିଦ୍ୱନ୍ଦରେ ସଭାପତି ଭାବେ ନିର୍ବାଚିିତ ହୋଇଥିଲେ । ଏହା ସହ ୮୦ ଜଣିଆ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ/ସଦସ୍ୟାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଏହି ତାଲିକାରେ ବିଧାୟକଙ୍କ ସହ ପୁରୁଣା ବିଧାୟକ/ ବିଧାୟିକା ଓ ନେତା/ନେତ୍ରୀଙ୍କୁ ସ୍ଥାନ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here