ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତିକଲା ଦୁବୃର୍ତ୍ତ । ସଙ୍କଟାପନ୍ନ ଅବସ୍ଥାରେ ମହିଳା ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା । ମିଳିଥିବା ସୁଚନା ଅନୁସାରେ, ମୁମ୍ବାଇର ସାକିନାକା ଅଞ୍ଚଳରେ ଏପରି ଘଟଣା ଘଟିଛି । ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୩୨ ବର୍ଷୀୟ ମହିଳା । ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିବା ପରେ ରଡରେ ମାଡ ମାରିଥିଲା । ଏବଂ ପରେ ବ୍ୟକ୍ତିଜଣଙ୍କ ପୀଡିତାଙ୍କ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରିଦେଇଥିଲା । ଗୁରୁତର ଯୁବତୀଙ୍କୁ ରାଜବାଡି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ଯୁବତୀଙ୍କୁ ବଞ୍ଚାଇବାରେ ସଫଳ ହୋଇପାରି ନ ଥିଲେ ଡାକ୍ତର । ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ତେବେ ଘଟଣାରେ ଆଉ କିଛି ଲୋକ ଥିବା ସନ୍ଦେହ କରାଯାଉଛି ।