ସରିଛି ପାର୍ବଣର ଋତୁ । ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ । ତେବେ ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ଧରାପୃଷ୍ଟରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ । ପାଞ୍ଚ ଦିନ ଧରି ଉତ୍ସବ ମୁଖର ହୋଇପଡିଥିଲା ପୁର ଠାରୁ ପଲ୍ଲୀ । ତେବେ ଘଂଟ ବାଜାର ତାଳେତାଳେ ମାଙ୍କୁ ଅଶ୍ରୁଳ ବିଦାୟ ଦେଉଛନ୍ତି ଭକ୍ତ । ମା’ଙ୍କ ବିଦାୟକୁ ନେଇ ଟ୍ୱିନ୍‍ସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି କରାଯାଇଛି । ରାବଣପୋଡି ପରେ ରୌପ୍ୟନଗରୀ କଟକ ସହରରେ ଗତକାଲି ଭସାଣ ଉତ୍ସବ ଆରମ୍ଭ ହୋଇଯାଇଥିଲା । ବିସର୍ଜନ ପାଇଁ କମିଶନରେଟ୍ ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଚଳାଇଥିବା ବେଳେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି।
ଗତକାଲି କାଠଯୋଡି ଦେବୀଗଡା ଘାଟରେ ପ୍ରାୟ ୧୪ଟି ମେଢ଼ ବିସର୍ଜନ ହୋଇସାରିଥିବା ସୂଚନା ମିଳିଛି। ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ଭସାଣ ଉତ୍ସବ। ସେହିପରି ଭୁବନେଶ୍ୱରରେ ସ୍ଥାନୀୟ କୂଆଖାଇ ନଦୀ ପଠାରେ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି। ଆଜି ଅପରାହ୍ନରୁ ହିଁ ସହରରେ ମା’ଙ୍କ ଭସାଣ ଆରମ୍ଭ ହୋଇଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here