କିଛିଦିନ ହେବ ମୋ ବସରୁ ହେଉଥିଲା ଚୋରୀ । ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଦୁଇ ଲୁଟେରା ସଞ୍ଜୟ ସିଂ ଏବଂ ଗଣେଶ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ ଚୋରୀ ମୋବାଇଲ ଫୋନ୍‌, ଲ୍ୟାପଟପ୍ , ଟଙ୍କା, ମନିପର୍ସ ଜବତ ହୋଇଛି ।
ଦୁଇଦିନ ତଳେ ବାଣୀବିହାର ପାଖରେ ଜଣେ କ୍ୟାନସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରୀ ହୋଇଥିଲା । ଏହାପରେ ସେ ପୋଲିସ ଷ୍ଟେସନରେ ଏଫଆଇଆର ଦେଇଥିଲେ । ପୁଣି ଗତକାଲି ଦୁଇ କଲେଜ ଛାତ୍ରୀ ମୋ ବସରେ ଯାତ୍ରା କରୁଥିବା ବେଳେ ସେମାନଙ୍କ ପାଖରୁ ମୋବାଇଲ ଲୁଟିନେଇଥିଲା ଲୁଟେରା । ବାରମ୍ବାର ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଥିଲା କମିଶନରେଟ ପୋଲିସ ।

LEAVE A REPLY

Please enter your comment!
Please enter your name here