ରକ୍ତମୁଖା ଲାଲବାହିନୀ । ୧୨ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ବିଶ୍ୱନାଥପୁର ବାବୁପଦର ଗାଁର ଭୀମ ଦୋରାଙ୍କୁ ୪ଜଣ ସଶସ୍ତ୍ର ମାଓବାଦୀ ଘରୁ ଉଠାଇ ନେଇଥିଲେ । ଗାଁର ୧୦୦ ମିଟର ଦୂର ମୁଖ୍ୟ ରାସ୍ତା ଉପରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନେ୍ଦହରେ ଭୀମ ଦୋରାଙ୍କୁ ହତ୍ୟା କରାଯାଇଛି । ମାଓବାଦୀମାନେ ପୋଷ୍ଟର ଛାଡିଯାଇଛନ୍ତି । ସିପିଆଇ ମାଓବାଦୀ କଳାହାଣ୍ଡି ଡିଭିଜନ୍ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଆଉ କେହି ପୋଲିସକୁ ମାଓବାଦୀଙ୍କ ସମ୍ପର୍କରେ କିଛି ସୂଚନା ଦେଲେ ତାକୁ ବି ହତ୍ୟା କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ତେବେ ଗତକାଲି ଦିନବେଳା ସାପ୍ତାହିକ ହାଟରେ ହତ୍ୟା ପରେ ରାତିରେ ଭୀମ ଦୋରାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଲାଲବାହିନୀ ।

LEAVE A REPLY

Please enter your comment!
Please enter your name here