ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ଚତୁର୍ଥସ୍ତମ୍ଭ । କେଉଁଠି ସମ୍ବାଦିକଙ୍କୁ ମାଡ, ତ ଆଉ କେଉଁଠି ମର୍ଡର । ତେଣୁ ସୁରକ୍ଷିତ ରହିବା ପାଇଁ ଆଜି ରାଜ୍ୟପାଳ ଗଣେଶି ଲାଲଙ୍କୁ ଭେଟିଛନ୍ତି କଳିଙ୍ଗ ସାମ୍ବାଦିକ ସଂଘ । କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଆଜି ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ସାମ୍ବାଦିକ ସୁରକ୍ଷା ବିଷୟରେ ଅବଗତ ମେମୋରେଣ୍ଡମ ଦେଇଥିଲେ । ଏଥିରେ ସାମ୍ବାଦିକ ସୁକାନ୍ତ ରାଉତ,ମନୋରଞ୍ଜନ ମିଶ୍ର,ସୈ୍ୟଭାଗ୍ୟ ରଞ୍ଜନ ମହାନ୍ତି, ଗୌରୀପ୍ରସାଦ ମହାନ୍ତି,ବିଦ୍ୟାଧର ବାରିକ ଆଦି ଉପସ୍ଥିତ ଥିଲେ । ଗଭର୍ଣ୍ଣର ମଧ୍ୟ ପ୍ରତିଶୃତି ଦେଇଛନ୍ତି,ଏହାକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here