ଓଡିଶାରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି I ଆଜି କରୋନାରେ ଦଶଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା 235ରେ ପହଞ୍ଚିଛି I ସବୁଠୁ ଅଧିକ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ହୋଇଛି I ଓଡିଶାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 40 ହଜାର ଟପିଥିବା ବେଳେ ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ 12 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି I ସେହିପରି କରୋନାରେ 235 ଜଣ ଆଖିବୁଜିଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ 120ରୁ ଅଧିକ ଆକ୍ରାନ୍ତ ହେଲେଣି I ଯଦିଓ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବଢିଛି, ତେବେ ପ୍ରତିଦିନ କରୋନାରେ ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବାରୁ ଚିନ୍ତା ବଢିଯାଇଛି I ଗଞ୍ଜାମ ତଳକୁ ସଂକ୍ରମଣ ଓ ମୃତ୍ୟୁରେ ଖୋର୍ଦ୍ଧା ଜିଲ୍ଲା ରହିଛି I ଅଦ୍ୟାବଧି ଖୋର୍ଦ୍ଧା ଜିଲ୍ଲାରେ ମୋଟ 5 ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 31 ଜଣଙ୍କର ମୃତ୍ୟୁ ହେଲାଣି I ସେହିପରି କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 2731 ରେ ପହଞ୍ଚିଲାଣି I ଅଗଷ୍ଟ ମାସ ଆହୁରି ଚ୍ୟାଲେଞ୍ଜିଂ ହେବ ବୋଲି ଆଶଙ୍କା କରାଯାଉଛି I

LEAVE A REPLY

Please enter your comment!
Please enter your name here