ପୁଣି ଥରେ ରାଉରକେଲାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ଉଠିଛି । ସେଥିପାଇଁ ଆଜି ସହରରେ ଓକିଲ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ସମେତ ଗାଡି ଚଳାଚଳକୁ ବନ୍ଦ ରଖାଯାଇଛି । ବନ୍ଦକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି । ରାଉରକେଲାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ସହ ରାଜସ୍ୱ ଜିଲ୍ଲା ମାନ୍ୟତା ଦେବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି । ବାରମ୍ବାର ଆନ୍ଦୋଳନ ସତ୍ୱେ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି । ସେଥିପାଇଁ ଆଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଂଘ । ସଂଘର କର୍ମକର୍ତାମାନେ ବିଶ୍ରା, ପାନପୋଷ, ବେଦବ୍ୟାସ ସହିତ ୧୧ଟି ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ଓକିଲ ସଂଘ ଏହି ସମାନ ପ୍ରସଙ୍ଗକୁ ନେଇ ପ୍ରତି ମାସରେ ତିନି ଦିନ କାର୍ୟ୍ୟ ବନ୍ଦ ଆନ୍ଦୋଳନ କରି ଆସୁଥିଲେ ।

LEAVE A REPLY

Please enter your comment!
Please enter your name here