ଚାଷୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । କୃଷି ଆଇନକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । ଯେ ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି କଂଗ୍ରେସ । ଆଇନ ପ୍ରତ୍ୟାହାର ଦାବିରେ ଗାଁକୁ ଚାଲ ଡାକରା ଦେଇଛି ଦଳ । ତେବେ କମ୍ପାନୀ ପ୍ରିତୀ ପାଇଁ କୃଷକଙ୍କ ସ୍ୱାର୍ଥକୁ କେନ୍ଦ୍ରର ବିଜେପି ସରକାର ଜଳାଞ୍ଜଳୀ ଦେଇଛି ବୋଲି ଦଳ ଅଭିଯୋଗ କରିଛି । ଏହାସହ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ମଧ୍ୟ ବିରୋଧ କରିଛି କଂଗ୍ରେସ । ଏନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଛି ।