ସୂଚନା ଅଧିକାର ଆଇନ ଧରାଇଦେଲା ମିଛ । ପରୀ ହତ୍ୟାକୁ ନେଇ ଯେତେବେଳେ ବିଧାନସଭାଠୁ ଆରମ୍ଭ କରି ରାଜରାସ୍ତା ଉଠୁଥିଲା ପଡୁଥିଲା, ସେତେବେଳେ ସରକାର ଏସଆଇଟି ତଦନ୍ତ ଘୋଷଣା କରିଥିଲେ । ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ, ଏସଆଇଟି ତଦନ୍ତର ମନିଟରିଂ ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ଦ୍ବାରା କରାଯିବ । ହାଇକୋର୍ଟର ବିଚାରପତିଙ୍କ ଦ୍ବାରା ତଦନ୍ତ ମନିଟରିଂ କରିବା ଅର୍ଥ ତଦନ୍ତର ବିଶ୍ବସନୀୟତା । କାରଣ ପରୀ ହତ୍ୟା ମାମଲା ସହ ଯୋଡି ହୋଇଯାଇଥିଲା ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ । ନଭେମ୍ବର ମାସରୁ ଜାନୁଆରୀ ମାସ ହେଲାଣି । ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପରୀ ତଦନ୍ତ ସଂପର୍କରେ ହାଇକୋର୍ଟଙ୍କ ଠାରୁ ତଥ୍ୟ ମାଗିଥିଲେ, ଆଉ ଯେଉଁ ତଥ୍ୟ ମିଳିଛି, ସେଥିରୁ ସରକାର ଲୁଚେଇଥିବା ତଥ୍ୟ ଧରାପଡିଯାଇଛି । ରାଜ୍ୟ ସରକାର ପରୀ ମାମଲାର ଏସଆଇଟି ତଦନ୍ତ ଘୋଷଣା କରିଥିଲେ ହାଇକୋର୍ଟଙ୍କୁ ମନିଟରିଂ ପାଇଁ କୌଣସି ଚିଠି ଦେଇନାହାଁନ୍ତି । ତେଣୁ ତଦନ୍ତର ମନିଟରିଂ କରିବାର ପ୍ରଶ୍ନ ଉଠୁନି । ଏକଥା ହାଇକୋର୍ଟ ଦେଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଯାଇଛି । ସରକାରଙ୍କ ମିଛ ଧରାପଡିଯିବା ପରେ ବିଜେପି ପରୀ ହତ୍ୟା ମାମଲାର ତଦନ୍ତ କେମିତି ବାଟ ହୁଡିଛି, ଏଥିରୁ ତାହା ସ୍ପଷ୍ଟ ହୋଇଯାଇଛି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ।

LEAVE A REPLY

Please enter your comment!
Please enter your name here