କୋଭିଡ ସଂକ୍ରମଣ ପୁଣି ଭୟଙ୍କର ଭାବେ ବଢିବା ଆରମ୍ଭ କରିଛି I ରାଜ୍ୟରେ ଦୈନିକ ସଂକ୍ରମଣ 300 ଅତିକ୍ରମ କରିଥିବା ବେଳେ ମୋଟ ପଜିଟିଭ ସଂକ୍ରମିତଙ୍କ ସଂଖ୍ୟା 1500 ପାର କରିଛି I
ଅନ୍ୟପକ୍ଷରେ ଦେଶରେ ଦୈନିକ ସଂକ୍ରମଣ 10 ହଜାର ଅତିକ୍ରମ କରିଛି I କୋଭିଡ ସଂକ୍ରମଣକୁ ମୁକାବିଲା କରିବା ପାଇଁ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି I ଥଣ୍ଡା, କାଶ, ଗଳା ଦରଜ ହେଲେ ଡାକ୍ତର ପରାମର୍ଶ କରିବାକୁ ପରାମର୍ଶ ଦିଆଯାଇଛି I ସେହିପରି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି I

LEAVE A REPLY

Please enter your comment!
Please enter your name here