ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତା ଭାଇକୁ ସମସ୍ତଙ୍କ ସାମନାରେ ଗୁଳି କରି ହତ୍ୟା କରାଯିବା ପରେ ସାରା ଉତ୍ତର ପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି I ଯୋଗୀ ସରକାର ଘଟଣାର ନ୍ୟାୟିକ ତଦନ୍ତ ଆଦେଶ ଦେଇଥିବା ବେଳେ ସାରା ରାଜ୍ୟରେ 144 ଧାରା ଜାରି କରାଯାଇଛି I ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି I ଅନେକଥର ବିଧାୟକ ଓ ସାଂସଦ ହୋଇଥିବା ଅତିକ ଅହମଦ ନାଁ ରେ ଲୂଟ, ହତ୍ୟା, ଅପହରଣ ଭଳି ଅନେକ ଅପରାଧିକ ମାମଲା ରହିଥିଲା I ଦୁଇଦିନ ତଳେ ତା ପୁଅକୁ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଗତକାଲି ରାତିରେ ମିଡ଼ିଆକୁ ବାଇଟ ଦେଉଥିବା ବେଳେ କ୍ୟାମେରା ସାମନାରେ ତିନିଜଣ ସୁଟର ଅତିକ ଅହମଦ ଓ ତା ଭାଇଜୁ ଗୁଳି କରି ହତ୍ୟା କରିଥିଲେ I
ଅତିକ ଅହମଦକୁ ଗୁଳି କରିଥିବା ତିନିଜଣ ସୁଟରଙ୍କୁ ପୋଲିସ ଚି଼ହ୍ନଟ କରିଛି I ସେମାନେ ହେଲେ ଲଭଲେସ ତିୱାରୀ, ସନ୍ନି ସିଂ, ଅରୁଣ ମୌର୍ଯ୍ୟ I ତିନିଜଣଙ୍କ ଅପରାଧିକ ପୃଷ୍ଠଭୂମି ଥିବା ପୋଲିସ କହିଛି I
ଲଭଲେସ ବାପା କହିଛନ୍ତି, ତା ସହ ଗତ କିଛି ବର୍ଷ ହେଲାଣି ସେମାନେ କଥା ହୋଇନାହାନ୍ତି I ଅନ୍ୟ ଦୁଇଜଣଙ୍କର ମଧ୍ୟ ପରିବାର ସହ କୌଣସି ସମ୍ପର୍କ ନ ଥିବା ଜଣାପଡିଛି I ତେବେ ଅତିକ ଅହମଦକୁ ମାରି ସେମାନେ ନିଜକୁ କୁଖ୍ୟାତ ଅପରାଧୀ ଭାବେ ପରିଚିତ କରାଇବାକୁ ଏଭଳି କରିଛନ୍ତି ବୋଲି ପୋଲିସକୁ କହିଛନ୍ତି I ତିନି ସୁଟର ଅତିକ ଓ ଅସରାଫକୁ ମାରିବା ପାଇଁ ରିପୋର୍ଟର ଭାବେ ହାତରେ କ୍ୟାମେରା, ମାଇକ ଧରି ଆସିଥିଲେ I

LEAVE A REPLY

Please enter your comment!
Please enter your name here