ରାଜଧାନୀ ଭୁବନେଶ୍ୱରକୁ ପରିଷ୍କାର ରଖିବା ପାଇଁ ଆକ୍ସନ ମୁଡରେ ବିଏମସି । ଭୁବନେଶ୍ୱର ୟୁନିଟ୍‌-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ ଦିଆଯାଇଛି । ଚେତାବନୀ ଦେବା ସହ ତାଗିଦ କରିଛନ୍ତି ବିଏମସି କମିଶନର । ଏଣିକି ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ଦେବାକୁ ପଡିବ ମୋଟାଙ୍କର ଜରିମାନା । ଅଳିଆକୁ ଅଲଗା ଅଲଗା ନପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମେସ୍ତ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି କମିଶନର ।

LEAVE A REPLY

Please enter your comment!
Please enter your name here