ରାୟଗଡା ଜିଲ୍ଲା ପାରସାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାତଲାମ୍ବା-ତୁଲୁଆ-ତେନ୍ତୁଳିପଦର ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି. ରାୟଗଡାର 4ର୍ଥ ବାଟାଲିୟନର ଦ୍ୱିତୀୟ କମାଣ୍ଡାଣ୍ଟ ରିତୁ ରାୟ ଓ ଆସିଷ୍ଟାଣଣ୍ଟ କମାଣ୍ଡାଣ୍ଟ ଗୁରୁ ଚରଣ ସ୍ୱାଇଁ ଏହି ମାଓ କ୍ୟାମ୍ପ ଠାବ କରିଛନ୍ତି. ତାଙ୍କ ନେତୃତ୍ୱରେ 2ଟି ପୋଲିସ ଅନୁସନ୍ଧାନି କୁକୁରଙ୍କ ସହ 40 ଯବାନ କମ୍ବିଂ ଅପରେସନ କରୁଥିବା ସମୟରେ ଗଛର ଏକ ଭାଡିରେ କିଛି ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଦେଖିବାକୁ ପାଇଥିଲେ. ପରେ ସେହି ସାମଗ୍ରୀ ସବୁ ଜବତ କରାଯାଇଥିଲା. ଯାହା ଭିତରେ 15ଟି ଡିଟୋନିଟର, 10 ମିଟର ତାର, 15ଟି ଡିଟୋନିଟର ଷ୍ଟିକ, 5ଟି ବ୍ୟାଟେରୀ, ମାଓ ପୋଷ୍ଟର ଓ ଔଷଧ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି. ନିର୍ବାଚନ ପୂର୍ବରୁ ସେମାନେ ନିହାତି ଏକ ବଡ ରଣନୀତି ଚଲାଇଥିବା ଅନୁମାନ କରାଯାଉଛି. ଏହାଛଡା ନିୟମଗିରି ପାହାଡରେ ମାଓବାଦୀଙ୍କ ଏହି ଆଡ୍ଡା ଉପରେ ରାୟଗଡା 4ର୍ଥ ବାଟାଲିୟନ ନଜର ରଖିବ ବୋଲି କହିଛି.

 

 

LEAVE A REPLY

Please enter your comment!
Please enter your name here