ଦକ୍ଷିଣ ଆଣ୍ଡାମାନସାଗର ଏବଂ ତାହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆଜି ସକାଳ ୫ଟା ୩୦ ମିନିଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁ ମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ବିଭାଗ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରୀ ଘନୀଭୁତ ହେବ । କିନ୍ତୁ ଲଘୁଚାପକ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା କଣ ରହିବ ଏବଂ ଗତିପଥ କଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ସମ୍ଭାବ୍ୟ ଲଘୁଚାପକ୍ଷେତ୍ର ଯୋଗୁଁ ସମୂଦ୍ରରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି

LEAVE A REPLY

Please enter your comment!
Please enter your name here