ସାରା ରାଜ୍ୟରେ ତ୍ରିରଙ୍ଗା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା ବେଳେ ରାୟଗଡାରେ ଟିକେ ନିଆରା ଢଙ୍ଗରେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା. ରାୟଗଡା ଜିଲ୍ଲା ସାମ୍ବାଦିକ ସଂଘ ଟିକେ ଭିନ୍ନ ଧରଣରେ ପାଳନ କରିଥିଲେ ଏହି ଦିବସକୁ. ଜାନୁୟାରୀ 26 ତାରିଖ ଦିନ ସାମ୍ବାଦିକ ସଂଘର ସଭାପତିଙ୍କ ସହ କର୍ମକର୍ତ୍ତା ଓ ସଦସ୍ୟମାନେ ବିରନାରାୟଣପୁର ଗାଁରେ ପହଞ୍ଚି ସେଠାରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ମହିଳା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ଅତି ଆନନ୍ଦର ସହ ପାଳିଥିଲେ ସାଧାରଣତନ୍ତ୍ର ଦିବସକୁ. ପରେ ସ୍କୁଲ ପିଲାଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପ୍ରତିଯୋଗୀତା କରାଯାଇଥିଲା ଏବଂ ସାମ୍ବାଦିକ ସଂଘ ପକ୍ଷରୁ ପୁସ୍ତକ ବିତରଣ ମଧ୍ୟ କରାଯାଇଥିଲା. ସାମ୍ବାଦିକ ସଂଘର ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ. ଏଥିରେ ଜିଲ୍ଲା ସାମ୍ବାଦିକ ସଂଘର ଉପଦେଷ୍ଟା ବାଦଲ କୁମାର, ସଭାପତି ବିଜୟ ମିଶ୍ର ଉପସ୍ଥିତ ଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ରବୀନ୍ଦ୍ର ପାଟ୍ଟଖଣ୍ଡଳ, ଅଜୟ ରଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here