ମାଟ୍ରିକ ପରୀକ୍ଷା ଆରମ୍ଭରୁ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାକୁ ଅଖିଳ ଭାରତ ଛାତ୍ରସଂଘ ଓଡିଶା ରାଜ୍ୟ ପରିଷଦ ଏହାକୁ ଦୃଢ ନିନ୍ଦା କରିଛି । କେବଳ ନିନ୍ଦା କରିନାହାଁନ୍ତି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଛନ୍ତି । ବାରମ୍ବାର ପ୍ରଶ୍ନ ପ୍ରଘଟ ହେବା ଘଟଣା ସ୍କୁଲ ଓ ଗଣଶିକ୍ଷା ବିଭାଗର ଅପରାଗତାକୁ ପଦାରେ ପକାଇଛି। ପରୀକ୍ଷା ପରିଚାଳନାକୁ ତୃଟିମୁକ୍ତ କରିବାରେ ଗଣଶିକ୍ଷା ମନ୍ତ୍ରୀ ଓ ମାଧ୍ୟମିକ ଶିକ୍ଷା ପରିଷଦ ବିଫଳ ହୋଇଛି। ରାଜ୍ୟସରକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଖିଳ ଭାରତ ଛାତ୍ରସଂଘ । ଛାତ୍ରସଂଘର ଗୋଟିଏ ମାତ୍ର ଦାବି, ଯେଉଁମାନେ ଏଭଳି ଖାମଖିଆଲି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯାଉ ବୋଲି ଛାତ୍ର ସଂଘର ରାଜ୍ୟ ସଂପାଦକ ସାଥୀ ଜଗନ୍ନାଥ ପାତ୍ର ଦାବୀ କରିଛନ୍ତି । ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ହେବା ମେଧାବୀ ଛାତ୍ରୀଛାତ୍ରଙ୍କ ଉପରେ ମାନସିକ ଚାପ ପଡ଼ୁଥିବା ଅଭିଯୋଗ କରିଛି ସଙ୍ଘ। ଏହି ଅବସରରେ ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ସଭାପତି ସାଥି ସଂଘମିତ୍ରା ଜେନାଙ୍କ ସମେତ ପବିତ୍ର ସ୍ୱାଇଁ,ଋତୁରାଜ ପାତ୍ର, ସୁଧାଂସୁ ଶେଖର ସାହୁ, ଅଙ୍କିତା ପରିଡା,ଅମିତ ନାୟକ,ପ୍ରିୟଙ୍କା ନାଥ,ଲକ୍ଷ୍ମୀପ୍ରିୟା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here