କରୋନା ପାଇଁ ସମଗ୍ର ଦେଶ ଏବେ ଲକ୍‌ଡାଉନ । ସାମାଜିକ ଦୂରତ୍ୱ ପାଇଁ ସବୁ ଠପ୍ ହୋଇଯାଇଛି । ପାଂଚଜଣରୁ ଅଧିକ ଲୋକଙ୍କ ଏକାଠି ହେବା ଉପରେ ବି ଲାଗିଛି କଟକଣା । ମାତ୍ର ଏ ଦୃଶ୍ୟ ଦେଖନ୍ତୁ । ବଡ ଧୂମଧାମରେ ସେଲିବ୍ରେଟ୍ ହେଉଛି ବାହାଘର । ହଁ ଆଗ୍ୟା । ଏ କୌଣସି ଯାଇତାଇ ବାହାଘର ନୁହେଁ । ଏ ଦୃଶ୍ୟ ହେଉଛି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀଙ୍କ ପୁଅର ବାହାଘର । ଶୁକ୍ରବାର ଦିନ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଏମ କ୍ରିଷ୍ଣାପାଙ୍କ ଝିଅ ରେବତୀଙ୍କ ସହ ନିଖିଲଙ୍କର ବିବାହ ହୋଇଛି । ରାମନଗରରେ ଥିବା ଏକ ଫାର୍ମହାଉସରେ ଏହି ବାହାଘର ଆୟୋଜିତ ହୋଇଥିଲା । ବେଙ୍ଗାଲୁରରୁ ବିବାହମଣ୍ଡପ ଅଭିମୂଖେ ଅନେକ ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟିଥିଲା । କେବଳ ଗଣମାଧ୍ୟମ ପ୍ରବେଶକୁ ନିଷେଧ କରାଯାଇଥିଲା । ତେବେ ବିବାହରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି । କିନ୍ତୁ ଏହି ବାହାଘରରେ ନାଁ ଅଛି ସୋସିଆଲ ଡିଷ୍ଟାନ୍ସ ନାଁ ଅଛି କାହା ମୁହଁରେ ମାସ୍କ । ଏମାନଙ୍କ ପାଇଁ ସବୁ ନିୟମ ଯେମିତି ମୂଲ୍ୟହୀନ । ତେବେ ଆପଣ ଥରେ ଚିନ୍ତା କରନ୍ତୁ, ଏହି ବାହାଘରରେ ଯୋଗ ଦେଇଥିବା କୌଣସି ଅତିଥି ଯଦି କରୋନା ପଜିଟିଭ ହୋଇଥିବେ, ତେବେ କେତେ ଭୟଙ୍କର ହେବ ପରିଣାମ ।

LEAVE A REPLY

Please enter your comment!
Please enter your name here