ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୁଖ ହୀରା ବ୍ୟବସାୟୀ ନିରବ ମୋଦି ଏବେ ଲଣ୍ଡନରେ. ଲଣ୍ଡନରେ ବିଳାସମୟ ଜୀବନ ବିତାଉଛି ମୋଦି. ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ଲୁଟି ବେଶ ଆରାମ କରୁଛି ସେ. ଭାରତର ତଦନ୍ତକାରୀ ସଂସ୍ଥା ତାକୁ ଖୋଜୁଥିବା ବେଳେ ସେ କିନ୍ତୁ ନିଜ ବେଶ ବଦଳାଇ ଆରାମରେ ଜୀବନ ବିତାଉଛି. ଲଣ୍ଡନରେ ଜଣେ ଇଂରାଜୀ ସାମ୍ବାଦିକ ତାକୁ ଚିହ୍ନିପାରିଥିଲେ ଏବଂ ଏହି ଦୁର୍ନୀତି ସଂପର୍କିତ କିଛି ପ୍ରଶ୍ନ କରିଥିଲେ. ଏହାର ଉତ୍ତରରେ ଅତି ସରଳ ଭାଷାରେ ସେ କହିଥିଲା ‘ଆଇ ଆମ ସରି… ନୋ କମେଣ୍ଟ’. ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି. ଏତେ ବଡ ଦୁର୍ନୀତିରେ ସଂପୃକ୍ତ ଥାଇ ମଧ୍ୟ ସେ କିଭଳି ନିର୍ଭୟରେ ବୁଲୁଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି.

LEAVE A REPLY

Please enter your comment!
Please enter your name here