ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଚାରିଜଣ ଚାଷୀଙ୍କ ସମେତ ଆଠଜଣଙ୍କ ମୃତ୍ୟୁ ଘଟଣାରେ କାହିଁକି ଗିରଫ କରାଯାଉନି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶୀଷ ମିଶ୍ରଙ୍କୁ । କାହିଁକି କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଭିଆଇପି ଭଳି ବ୍ୟବହାର କରାଯାଉଛି । ଚାଷୀଙ୍କୁ ଗାଡି ମଡାଇ ମାରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅଜୟ ମିଶ୍ର । ତାଙ୍କୁ ଉତ୍ତରପ୍ରଦେଶ କ୍ରାଇମବ୍ରାଞ୍ଚ ଜେରା କରିଛି । କିନ୍ତୁ ଅଜୟ ମିଶ୍ରଙ୍କ ଗିରଫ ଦାବି କରିଛି ଚାଷୀ ସଂଘ ।

ଲଖିମପୁର ଖୋରି ମାମଲାରେ ନ୍ୟାୟ ଦାବିରେ ଆସନ୍ତା 18 ତାରିଖରେ ରେଳରୋକୋ ଏବଂ 26 ତାରିଖରେ ଲକ୍ଷ୍ନୌରେ ମହାପଞ୍ଚାୟତ ଡାକିଛି ଚାଷୀ ସଂଘ ।

ଧାରଣାରତ ଚାଷୀଙ୍କୁ ଗାଡି ମଡାଇ ମାରିବା ଜାଲିଓ୍ବାନାଓାଲାବାଗ୍ ହତ୍ୟାକାଣ୍ଡଠୁ କିଛି କମ୍ ନୁହେଁ ବୋଲି କହିଛନ୍ତି ଚାଷୀ ସଂଗଠନ । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବାହାର କରିବା ସହ ତାଙ୍କ ପୁଅକୁ ଗିରଫ କରିବାକୁ ଦାବି କରିଛନ୍ତି ଚାଷୀ ସଂଗଠନ ।

LEAVE A REPLY

Please enter your comment!
Please enter your name here