Diverse people crime shoot concept

ଅନୁଗୁଳ ଜିଲ୍ଲା କିଆକଟା ଥାନାର ତତ୍କାଳୀନ ଏ ଏସ ଆଇ ନବୀନ କୁମାର ଶତପଥୀ ଲାଞ୍ଚ ମାମଲାରେ ୩ ବର୍ଷ ଜେଲଦଣ୍ଡ ସହ ଦେବେ ୨୦ ହଜାର ଟଙ୍କା ଜୋରୀମାନା । ୨୦୨୩ରେ ଏକ ଲାଞ୍ଚ ନେଉଥିବା ଘଟଣାର ବିଚାର କରି, ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ବର୍ତ୍ତମାନ ସେ ଦେବଗଡ କୋର୍ଟରେ ଏ ଏସ ଆଇ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଘର ବୌଦ୍ଧ ଜିଲ୍ଲା ବୌଦ୍ଧ ଟାଉନ୍ର ବୁଟୁପାଲିରେ। କୋର୍ଟରେ ଦଣ୍ଡ ବିଧାନ ହେବା ପରେ ଜାମିନରେ ଯାଇଛନ୍ତି ନବୀନ। କୋର୍ଟ ବିବରଣୀରୁ ଜଣାପଡିଛି ଯେ ପଞ୍ଚାନନ ମେହେରଙ୍କ ଏକ ମାମଲାରେ ସାହାଯ୍ୟ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

LEAVE A REPLY

Please enter your comment!
Please enter your name here