ଲାଞ୍ଚ ନେଇ ଧରା ପଡିଲେ ପୋଲିସ ASI। ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ପୋଲିସ ଷ୍ଟେସନର ASI ଅରୂପା ନନ୍ଦ ଦାସ ୨୫,୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଢାବାର ମାଲିକଙ୍କ ଠାରୁ ମଦ ଦୋକାନ ଚଳାଇବା ପାଇଁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ସେ ଧରାପଡିଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ବଡ଼ଗାଁ ପୋଲିସ ଥାନାର ASI ଅରୂପା ନନ୍ଦ ଦାସ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଢାବାମାଲିକଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ। ୨୫,୦୦୦ ଟଙ୍କା ଲାଞ୍ଚ ନ ଦେଲେ ଗିରଫ କରିବାକୁ ଧମକ ଦେଇଥିଲେ ASI। ତେଣୁ ହୋଟେଲ ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଗୁରୁବାର ହୋଟେଲ ମାଲିକଙ୍କଠାରୁ ବଡଗାଁ ଥାନା ସମ୍ମୁଖରେ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ASIଙ୍କୁ ଭିଜିଲାନ୍ସ ଅଧିକାରୀମାନେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗିରଫ କରିଛନ୍ତି। ଏହାପରେ ପୋଲିସ ASIଙ୍କ ଚାରୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ASIଙ୍କ କାର୍ଯ୍ୟରତ ବଡଗାଁ ଥାନା,ସରକାରୀ କ୍ବାଟର ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହାପରେ ରାଉରକେଲା ଭିଜିଲାନ୍ସ ଥାନା ASI ଅରୂପା ନନ୍ଦ ଦାସଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here