କଂଗ୍ରେସରୁ ଇସ୍ତଫା ଦେଲେ ବିଜେପୁର କଂଗ୍ରେସ ନେତା ପ୍ରଣୟ ସାହୁ । ଗତବର୍ଷ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ-ନିର୍ବାଚନରେ ସେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ।  । ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ଇସ୍ତଫା ଦେବା ପରେ ପ୍ରଣୟ କହିଛନ୍ତି, ଉପ-ନିର୍ବାଚନରେ ପରାଜୟର କାରଣ ଖୋଜିବାକୁ ସମୀକ୍ଷା କରିବାକୁ ଦଳୀୟ ନେତୃତ୍ୱଙ୍କୁ କହିଥିଲି। କିନ୍ତୁ ସମୀକ୍ଷା ହେଲା ନାହିଁ । କଂଗ୍ରେସ ପୁନର୍ବିନ୍ୟାସରେ ବି ମୋର କିଛି ଭୂମିକା ରହିଲାନି । ତେଣୁ ଇସ୍ତଫା ଦେଲି ।  ବିଜେଡିରେ ମିଶିବେ କି ନାହିଁ ସେ ଆଜି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here