କୋଲକାତାରେ ଆଜି ଦିନ ପ୍ରାୟ ୧ଟା ୨୨ ମିନିଟରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଏହି ଝଟକା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କେନ୍ଦ୍ରସ୍ଥଳ ସହରଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିଲା। ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହା ପୂର୍ବରୁ ନେପାଳରେ ଭୋର ପ୍ରାୟ ୩ଟା ୧୮ ମିନିଟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା , ଯାହାର ତୀବ୍ରତା ୪.୭ ଥିଲା ।













