ମଣିପୁରେ ଭାରତମାତାକୁ ହତ୍ୟା କରାଯାଇଛି । ଆଜି ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ନେଇ ରାହୁଲ ଗାନ୍ଧୀ ଏହା କହିଛନ୍ତି । କେନ୍ଦର ସରକାରଙ୍କୁ କଟାକ୍ଷ କରି ରାହୁଲ କହିଛନ୍ତି,ଭାରତ ହେଉଛି ହୃଦୟର ସ୍ବର ଏବଂ ମଣିପୁରରେ ଏହି ସ୍ବରକୁ ମୋଦି ସରକାର ହତ୍ୟା କରିଛି । କେନ୍ଦ୍ର ବିଜେପି ସରକାର ଦେଶବାସୀଙ୍କୁ ସରକ୍ଷା ଦେବାରେ ବିଫଳ ଏବଂ କେନ୍ଦ୍ର ସରକାର ହତ୍ୟାକାରୀ ବୋଲି ରାହୁଲ କହିଛନ୍ତି । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ ମଣିପୁର ଗସ୍ତରେ ଯାଇନାହାଁନ୍ତି ବୋଲି ସେ କହିଛନ୍ତି । ମଣିପୁରକୁ ଭାରତର ଅଂଶ ବୋଲି ପ୍ରଧାନମନ୍ତ୍ରୀ ଭାବୁ ନ ଥିବାରୁ ସେ ମଣିପୁର ଗସ୍ତରେ ଯାଉନାହାଁନ୍ତି ବୋଲି ରାହୁଲ କଟାକ୍ଷ କରିଛନ୍ତି । ଏପର୍ଯ୍ୟନ୍ତ ମଣିପୁରରେ ସେନା ମୁତୟନ କରି ଶାନ୍ତି ଫେରାଇ ଆମିବା କଥା, ମାତ୍ର କେନ୍ଦ୍ର ସରକାର ତାହା କରିନାହାଁନ୍ତି । ଏପର୍ଯ୍ୟନ୍ତ ମଣିପୁର ହିସାକାଣ୍ଡରେ 152 ଜଣ ମୃତ୍ୟୁବରଣ କରିଥିବା ବେଳେ ପୋଲିସ 14 ହଜାର 998 ଜଣଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here