ଆମେ ସମସ୍ତେ ଜାଣିଛେ ଶରୀର ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଭିଟାମିନ୍ସ ଦରକାର ହୋଇଥାଏ. ଯାହାମଧ୍ୟରେ କ୍ୟାଲସିୟମ, ପ୍ରୋଟିନ୍, ଭିଟାମିନ୍ସ ଓ ମିନେରାଲ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ. ମାତ୍ର ଏ କଥା ବି ଆମେ ଜାଣିଛେ, କୌଣସି ଜିନିଷର ଅତ୍ୟଧିକ ସେବନ ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ. ସେହିପରି କ୍ୟାଲସିୟମ, ପ୍ରୋଟିନ୍, ଭିଟାମିନ୍ସ ଓ ମିନେରାଲକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ମଧ୍ୟ ଆମ ଶରୀର ଉପରେ ଏହା କୁପ୍ରଭାବ ପଡିଥାଏ. କୁହାଯାଏ କ୍ୟାଲସିୟମ ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ଏହା ଆମ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ. ହେଲେ ଅଧିକ ମାତ୍ରାରେ ଏହାକୁ ସେବନ କଲେ ଶରୀରକୁ ଏହା କ୍ଷତି ପହଞ୍ଚାଇଥାଏ. କ୍ୟାଲସିୟମ ଟାବଲେଟ ଅଧିକ ଖାଇବା ଦ୍ୱାରା ହାର୍ଟ ଆଟାକ ହେବାର ଆଶଙ୍କା ଅଧିକ ରହିଥାଏ. ଆମେରିକାରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ କ୍ୟାଲସିୟମ ଖାଇବା ଶରୀରର କ୍ଷତି ନୁହେଁ ବରଂ ହାର୍ଟ ସଂପର୍କିତ ରୋଗକୁ ଆମନ୍ତ୍ରିତ କରିବା ସମାନ ହୋଇଥାଏ.  କ୍ୟାଲସିୟମ ନେବା ଦ୍ୱାରା ଏଥେରୋସ୍କଲେରୋସିସ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ. ଫଳରେ ରକ୍ତ ପ୍ରବାହ ହେଉଥିବା ଧମନୀରେ ରପ୍ତର ହେବାକୁ ଲାଗିଥାଏ. ଯେଉଁଥିପାଇଁ ଶରୀରରେ ଦୁର୍ବଳତା ଦେଖିବାକୁ ମିଳିଥାଏ. ସେଥିପାଇଁ ଅଧିକ ମାତ୍ରାରେ କ୍ୟାଲସିୟମ ଟାବଲେଟ ନେବା ଅନୁଚିତ୍.

LEAVE A REPLY

Please enter your comment!
Please enter your name here