ପତ୍ନୀକୁ ଛୁରୀ ଏବଂ ତିନି ଛୁଆଙ୍କ ତଣ୍ଟି ଚିପି ହତ୍ୟା କଲା ଶିକ୍ଷିତ ସ୍ୱାମୀ । ଏମିିତି ଏକ ନୃଶଂସ,ଲୋମ ଟାଙ୍କୁରା ଘଟଣା ଘଟିଛି ଭାରତର ରାଜଧାନୀ ଦିଲ୍ଲୀର ମହରୌଲୀ ଅଚଂଳରେ । ଘରୋଇ ଭାବେ ପିଲାଙ୍କୁ ଟୁ୍ୟସନ୍ କରୁଥିବା ଉପେନ୍ଦ୍ର ଶୁକ୍ଳା ତାଙ୍କର ତିନି ଛୁଆ ଏବଂ ପତ୍ନୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ମୃତ ତିନି ଛୁଆଙ୍କ ମଧ୍ୟରେ ଦୁଇଟି ଝିଅ ଓ ଜଣେ ପୁଅ ରହିଛନ୍ତି । ବଡ ଝିଅ ୭ ବର୍ଷର ହୋଇଥିବା ବେଳେ ସାନ ଝିଅ ୫ ବର୍ଷ ଏବଂ ପୁଅକୁ ମାତ୍ର ୨ ମାସ ହୋଇଥିଲା । ଶୁକ୍ରବାର ରାତି ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇଛି ଅଭିଯୁକ୍ତ ଶିକ୍ଷକ ଉପେନ୍ଦ୍ର ଶୁକ୍ଳା । ଶନିବାର ସକାଳେ ଉପେନ୍ଦ୍ର ରୁମ୍ ର କବାଟ ନ ଖୋଲିବାରୁ ତାଙ୍କ ଉପେନ୍ଦ୍ରଙ୍କ ମା ପାଖ ପଡୋଶୀଙ୍କୁ ଡାକିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଚିଂ ୪ ଟି ମୃତ ଦେହ ଉଦ୍ଧାର କରିବା ସହ ଘଟଣା ସ୍ଥଳରେ ଉପସ୍ଥିତ ଉପେନ୍ଦ୍ରଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଉପେନ୍ଦ୍ର ପୋଲିସ ସାମ୍ନାରେ ଦୋଷ ସ୍ୱୀକାର କରିଛି ଏବଂ ମାନସିକ ଭାରସାମ୍ୟ ହରାଇ ଏମିିତି କରିଛି ବୋଲି କହିଛି । ପୋଲିସ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ଉପେନ୍ଦ୍ରଙ୍କ ଲିଖିତ ଏକ ହ୍ୟାଣ୍ଡ ନୋଟ୍ ଜବତ କରିଛି ।

LEAVE A REPLY

Please enter your comment!
Please enter your name here