ୟୁପିର ଗୋରଖପୁରରେ 23 ଓ 24 ତାରିଖରେ ହେବାକୁ ଥିବା ବିଜେପିର କୃଷକ ମହାଅଧିବେଶନରେ ମୋଦି କୃଷକଙ୍କ ପାଇଁ ଏକ ଉପହାର ଘୋଷଣା କରିବାକୁ ଯାଉଛନ୍ତି. ତେବେ ପ୍ରତି ମାସରେ କୃଷକଙ୍କ ଖାତାରେ 10 ହଜାର ଟଙ୍କା କେନ୍ଦ୍ର ସରକାର ଜମା କରିବେ ବୋଲି ଘୋଷଣା କରାଯାଇପାରେ. 23 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନରେ କୃଷକ ଓ ଗ୍ରାମୀଣ ବିକାଶ ଉପରେ ଆଲୋଚନା ହେବ ଏବଂ ଦ୍ୱିତୀୟ ଦିନରେ କୃଷକ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ ହେବ ବୋଲି ସୂଚନା ଦେଇଛନ୍ତି କୃଷକ ମୋର୍ଚ୍ଚାର ଅଧ୍ୟକ୍ଷ ବିରେନ୍ଦ୍ର ସିଂ ମସ୍ତ. ତେବେ ଏହି ଅଧିବେଶନରେ ସାରା ଦେଶର କୃଷକ ନେତା ଓ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେବେ ବୋଲି ବିରେନ୍ଦ୍ର କହିଛନ୍ତି. ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିବେ.

 

 

 

 

LEAVE A REPLY

Please enter your comment!
Please enter your name here