ଫିଲିଫାଇନ୍ସରେ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୮୫ ଜଣ ଯବାନକୁ ନେଇ ଯାଉଥିବା ବିମାନ ସି-୧୩୦ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଫିଲିପାଇନ୍ସର ସେନା ପ୍ରମୁଖ ସିରିଲିଟୋ ସୋବେଜାନା ସୂଚନା ଦେଇଛନ୍ତି । ଫିଲିଫାଇନ୍ସ ପଟିକୁଲ ସହର ନିକଟରେ ବିମାନଟି କ୍ରାସ ହୋଇଛି । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ୪୦ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସେନା ଏବଂ ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here