ସୋମବାରଠୁ ଆରମ୍ଭ ହୋଇଥିବା ଓକିଲଙ୍କ ଦୁଇ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମଙ୍ଗଳବାର ଶେଷ ହେଉଛି. ତେବେ ବିଭିନ୍ନ ଦାବି ନେଇ ସମସ୍ତ ଜିଲ୍ଲାରେ ଓକିଲମାନେ କୋର୍ଟ କାର୍ଯ୍ୟ ବନ୍ଦ କରିଛନ୍ତି. ଫଳରେ କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଛି. ଅଲ୍ ଇଣ୍ଡିଆ ବାର୍ କାଉନସିଲର ଡାକରାରେ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରାଯାଇଛି. ପ୍ରତ୍ୟେକ ବାର୍ ଆସୋସିଏସନ ପାଇଁ ଅତ୍ୟାବଶ୍ୟକ ଗୃହ, ଅତ୍ୟାବଶ୍ୟକ ସରଞ୍ଜାମ, ଲାଇବ୍ରେରୀ, ଇଣ୍ଟରନେଟ, ଟଏଲେଟ, ବିଶେଷ କରି ମହିଳା ଓକିଲମାନଙ୍କ ପାଇଁ ଅତ୍ୟାବଶ୍ୟକ ୱାସରୁମର ବ୍ୟବସ୍ଥା କରିବା. ନୂତନଭାବେ ଓକିଲାତିରେ ଯୋଗ ଦେଉଥିବା ଓକିଲଙ୍କୁ 5 ବର୍ଷ ପର୍ଯ୍ୟନ୍ତ ମାସିକ ସର୍ବନିମ୍ନ 10 ହଜାର ଟଙ୍କା ଷ୍ଟାଇପେଣ୍ଡ ବ୍ୟବସ୍ଥା କରିବା ଭଳି ଦାବି ରହିଛି. ଏହି ସବୁ ବ୍ୟବସ୍ଥା ତୁରନ୍ତ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି.

LEAVE A REPLY

Please enter your comment!
Please enter your name here