ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତିନୋଟି ସୁନା ଜିଭଛେଲା ଦାନ କରିଛନ୍ତି ଭୁବନେଶ୍ୱରର ଭକ୍ତ ପଦ୍ମଚରଣ ପାତ୍ର । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ , ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ତିନୋଟି ସୁନା ଜିଭଛେଲା ଦାନ କରିଛନ୍ତି ପଦ୍ମଚରଣ ପାତ୍ର । ତିନୋଟି ସୁନା ଜିଭଛେଲାରେ ୯୦ ଗ୍ରାମ ୩୩୦ ମିଲିଗ୍ରାମ ସୁନା ବ୍ୟବହାର ହୋଇଛି । ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲା ବ୍ୟବହାର ହୋଇଥାଏ । ପୂର୍ବରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଦ୍ମଚରଣ ତିନିହଳ ସୂନା ସୂର୍ଯ୍ୟ , ଚନ୍ଦ୍ର ଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here