ଦେଶରେ ଖୁବଶୀଘ୍ର ଲାଗୁ ହେବ One Nation , ୱାନ ପୋଲିସ ୟୁନିଫର୍ମ ପଲିସି ।ଏବେ ଦେଶରେ ପୋଲିସ ମାନଙ୍କର ରହିବ ଗୋଟିଏ ପ୍ରକାରର ୟୁନିଫର୍ମ । ଭିନ୍ନ ଭିନ୍ନ ରାଜ୍ୟରେ ଆଉ ରହିବ ନାହିଁ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ । ଏକ ପ୍ରକାରର ୟୁନିଫର୍ମ ପିନ୍ଧିବେ ସବୁ ରାଜ୍ୟର ପୋଲିସ । ଓଡ଼ିଶା ସହିତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏବେ ତଥ୍ୟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ, ତେଲଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚିଠି କରିଛି । ମଗାଯାଇଥିବା ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୪ ତାରିଖରେ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । କେନ୍ଦ୍ରର ଚିଠି ପରେ ଡିଜିପି କଣ୍ଟ୍ରୋଲ ରୁମ ପକ୍ଷରୁ ରାଜ୍ୟ ପୋଲିସ ହେଡ୍ କ୍ୱାଟରକୁ ତଥ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । MHA କନଷ୍ଟେବଳ ପଦଠାରୁ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତଥ୍ୟ ମାଗିଛି । ଏହା ୧୬ଟି ରାଜ୍ୟର ପୋଲିସ ଡିଜିଙ୍କଠାରୁ ପୋଲିସ କର୍ମଚାରୀଙ୍କୁ ବର୍ତ୍ତମାନ ମଞ୍ଜୁର କରାଯାଇଥିବା ବାର୍ଷିକ ୟୁନିଫର୍ମ ଭତ୍ତା, ପଦବୀ ଅନୁଯାୟୀ ଓ ପ୍ରତ୍ୟେକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବହୃତ ହେଉଥିବା ୟୁନିଫର୍ମର ଆନୁମାନିକ ମୂଲ୍ୟ ସମ୍ପର୍କରେ ବିବରଣୀ ମାଗିଛି ।MHAର ନିର୍ଦ୍ଦେଶ ପରେ ଓଡ଼ିଶା ଡିଜିପି କଣ୍ଟ୍ରୋଲ ରୁମ୍ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଆବଶ୍ୟକୀୟ ସୂଚନା ବିଳମ୍ବ ନକରି ସଂଗ୍ରହ କରି ପଠାଇବାକୁ ଆଦେଶ ଦେଇଅଛି ।

LEAVE A REPLY

Please enter your comment!
Please enter your name here