ଆଜିଠୁ ଆରମ୍ଭ ହୋଇଛି ଡିଜିଟାଲ ଟଙ୍କା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଉଛି । ଡିଜିଟାଲ ନେଣଦେଣ କରୁଥିବା ଗ୍ରାହକଙ୍କ ଲାଗି ଖୁସି ଖବର । ପ୍ରଥମେ ଦେଶରେ କିଛି ବଛାବଛା ସହରରେ ଆରମ୍ଭ କରାଯିବ । ଭୁବନେଶ୍ୱରରେ ମଧ୍ୟ ଏହି ଇ-ଡିଜିଟାଲ ରୂପି ଆରମ୍ଭ ହେବ । ସରକାରୀ ଏବଂ ଘରୋଇ ବ୍ୟାଙ୍କ ସେବା ଯୋଗାଉଥିବା ୪ ବ୍ୟାଙ୍କ ଏଥିରେ ସାମିଲ ହେବେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସି ବ୍ୟାଙ୍କ୍ ସମେତ ୪ଟି ବ୍ୟାଙ୍କ ଏଥିରେ ସାମିଲ ହେବେ ।
କଣ ଏହି ଇ-ଡିଜିଟାଲ ରୂପି:
() ସାଧାରଣ କାଗଜର ରୂପ ହେଉଛି ଏହି ଡିଜିଟାଲ ରୂପି । କାଗଜ ନୋଟରେ ଉପଲବ୍ଧ ହେଉଥିବା ଡିଜିଟାଲ ରୂପିରେ ତାକୁ ଉପଲବ୍‌ଟ କରାଯିବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରୀକ୍ଷାମୂଳକ ଭାବେ ଖୁଚୁରା ବଜାରରେ ଏହାକୁ ଆରମ୍ଭ କରାଯାଉଛି । ମୋବାଇଲ ,ପର୍ସନାଲ କମ୍ପ୍ୟୁଟର, ଏବଂ ଟାବଲେଟ ବ୍ୟବହାର କରୁଥିବା ବ୍ୟକ୍ତି ଏହାର ବ୍ୟବହାର କରିବେ । ଏହା ଜରିଆରେ କିଣାବିକା ମଧ୍ୟ କରାଯାଇପାରିବ । ଟଙ୍କା ନେଣଦେଣ ମଧ୍ୟ କରାଯାଇପାରିବ । ଗ୍ରାହକ କୌଣସି ଦୋକାନୀ ଠାରୁ ସାମଗ୍ରୀ ମଧ୍ୟ କିଣିପାରିବେ । କ୍ୟୁଆର୍ କୋଡ ଜରିଆରେ ବ୍ୟବହାର କାରୀ ଡିଜିଟାଲ ଅର୍ଥ ପୈଠ କରିପାରିବେ । ଏହି ଟଙ୍କା ଡିଜିଟାଲ ରୂପରେ ଉପଲବ୍ଧ ରହିବ । ଏହାକୁ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଖାତାରେ ମଧ୍ୟ ଜମା କରିପାରିବେ । ଡିଜିଟାଲ କାରବାର ବୃଦ୍ଧି ଲକ୍ଷ୍ୟରେ ଏହି ଡିଜିଟାଲ କରେନ୍ସିର ଆରମ୍ଭ କରାଯାଉଛି । ଏହାର ଆଉ ଗୋଟିଏ ଫାଇଦା ହେଉଛି ଯେ, ଏହା ଚୋରୀ ଏହି ପାରିବ ନାହିଁ । ଆମେ ବ୍ୟବହାର କରୁଥିବା ମୂଦ୍ରାର ଗୋଟିଏ ଡିଜିଟାଲ ରୂପ ।

LEAVE A REPLY

Please enter your comment!
Please enter your name here