ଆଜି ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ବିଧାନସଭାର ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି। ଚଳିତଥର ନଭେମ୍ବର ୨୭ରୁ ଅଧିବେଶନ ଆରମ୍ଭ ହୋଇଥିଲା। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା। ହେଲେ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଏଥର ମୋଟ୍ ୨୯ଟି କାର୍ଯ୍ୟ ଦିବସ ଥିବାବେଳେ ୧୧ ଦିନ ଚାଲିଥିଲା ଗୃହ କାର୍ଯ୍ୟ। ତେବେ ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍‌ ଚର୍ଚ୍ଚିତ ଥିଲା। କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ।ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେନେଇ ସଚେତନ କରାଇଥିଲେ, ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା। ଏହି ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here